Type Here to Get Search Results !

IOB (Indian Overseas Bank) Recruitment 2022/10th pass bank jobs

IOBରେ ଚାକିରି ; ୧୦ମ ପାଶ୍ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ୧୦ମ ପାଶ୍‌ କରିଛନ୍ତି ତେବେ ଆପଣ ବି ବ୍ୟାଙ୍କରେ ଚାକିରି କରିପାରିବେ। ସମୁଦାୟ ୨୦ଟି ପୋଷ୍ଟ୍‌ ପାଇଁ ବାହାରିଛି ବିଜ୍ଞପ୍ତି

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଆଇଓବି ସିକ୍ୟୁରିଟି ଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୦ଟି ଖାଲି ପଦବୀ ପୂରଣ ହେବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୫ ଜୁନ୍ ୨୦୨୨ ସ୍ଥିର କରାଯାଇଛି। ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜୁନ୍ ୧ ରୁ ଆରମ୍ଭ ହୋଇଛି।

ସବୁଠାରୁ ସୁବର୍ଣ୍ଣ ସୁଯୋଗ ସେଇମାନଙ୍କ ପାଇଁ ରହିଛି ଯେଉଁମାନେ ଦଶମ ପାସ୍ କରିଛନ୍ତି। କାରଣ ଏଭଳି ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଠିକ୍ ସମୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।

ବୟସ ସୀମା:

୧୮ ରୁ ୨୬ ବର୍ଷ ବୟସ ମଧ୍ୟରେ ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଥିରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କୋହଳ ପ୍ରଦାନ କରାଯିବ।

ଚୟନ ପ୍ରକ୍ରିୟା:

ଅନ୍‌ଲାଇନ୍ ପରୀକ୍ଷା ଏବଂ ଶାରୀରିକ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

କିପରି କରିବେ ଆବେଦନ:

ଅନ୍‌ଲାଇନ୍ ପୋଷ୍ଟ ମାଧ୍ୟମରେ ଏହି ପୋଷ୍ଟ୍‌ ପାଇଁ ଆବେଦନ କରାଯାଇପାରିବ। ଏଥିପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବ୍‌ସାଇଟ୍ iob.in କୁ ଯିବାକୁ ପଡିବ। ଏହା ପରେ, କ୍ୟାରିୟର ବିଭାଗକୁ ଯାଇ ଆପଣଙ୍କୁ ସିକ୍ୟୁରିଟି ଗାର୍ଡ ନିଯୁକ୍ତିର ଲିଙ୍କ୍‌କୁ ଯିବାକୁ ପଡିବ ଏବଂ ଦିଆଯାଇଥିବା ସମସ୍ତ ତଥ୍ୟକୁ ପୂରଣ କରିବାକୁ ପଡିବ। ନିଯୁକ୍ତି ସମ୍ବନ୍ଧୀୟ ବିଷୟରେ ଅଧିକ ବିବରଣୀ ଜାଣିବା ପାଇଁ ଆପଣ ନିମ୍ନରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରି ଏହାର ବିଜ୍ଞପ୍ତି ଦେଖିପାରିବେ।

Official website :- Click here

Post a Comment

3 Comments
* Please Don't Spam Here. All the Comments are Reviewed by Admin.

All Comments are reviewed by Admin.

Ads Area